ଡବଲ ଇଞ୍ଜିନ ସରକାର ହେଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତା ମିଳିବା ନେଇ ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୯/୦୪: ନିର୍ବାଚନ ପାଇଁ ରାଜନୈତିକ ଦଳରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାସହ ପ୍ରଚାର ଜାରି ରହିଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତା ମିଳିବ।  ଦେବଗଡ ନିର୍ବାଚନୀ ସଭାରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଏମଏସପିରେ ଧାନ କ୍ୱିଟାଲ ପିଛା ୩୧ ଶହ ଟଙ୍କା ହେବ । ପଡୋଶୀ ରାଜ୍ୟରେ ଏହି ଦର ୨୧ ଶହ ୮୦ ଟଙ୍କା ରହିଛି । କିନ୍ତୁ କେନ୍ଦ୍ର ଓ ଓଡିଶାରେ ବିଜେପି କ୍ଷମତାକୁ ଆସିଲେ ଧାନର ଏମଏସପି ପଡୋଶୀ ରାଜ୍ୟ ତୁଳନାରେ ପାଖାପାଖି ହଜାରେ ଟଙ୍କା ଅଧିକ ରହିବ ବୋଲି ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଘୋଷଣା କରିଛନ୍ତି ।ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଲୋକଙ୍କୁ ଭେଟି ସୁଖ ଦୁଃଖ ବୁଝିବା ସହିତ ସଭା ସମିତି କରୁଛନ୍ତି ।