ଯାଜପୁର ଫେରିବେ ଅଧିଷ୍ଠାତ୍ରୀ ଦେବ ମା କୋଟ୍ରାକ୍ଷୀ, ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩/୧୧: ଯାଜପୁର ଫେରିବେ ଅଧିଷ୍ଠାତ୍ରୀ ଦେବ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ନିର୍ମିତ ଦୁଲ୍ଲର୍ଭ ମୂର୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବହୁ ଉଦ୍ୟମ ପରେ ମନ୍ଦିରକୁ ଫେରିବ ଏହି ଦୁଲର୍ଭ ମୂର୍ତି । ମୂର୍ତିକୁ ଫେରାଇବା ପାଇଁ ଦିଲ୍ଲୀ କଷ୍ଟମ ବିଭାଗକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଜୁଲାଇ ମାସ ୧୪ରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ଓଡିଶାବାସୀ ବିଶେଷ ଭାବରେ ଯାଜପୁର ଜିଲ୍ଲାର ଦର୍ପଣଗଡର ଗ୍ରାମବାସୀଙ୍କ ସାଂସ୍କୃତିକ ଓ ଐତିହ୍ୟ ଦୃଷ୍ଟିକୋଣରୁ ଏ ସମ୍ପର୍କରେ ଚିଠି ଲେଖି ଜଣାଇଥିଲେ । ପତ୍ରରେ ଉଲେଖ କରି ଲେଖିଥିଲେ, ଗତ ବର୍ଷ ଦିଲ୍ଲୀ ବିମାନବନ୍ଦରରେ ଏକ ଅଷ୍ଟଧାତୁ ପ୍ରତିମା ଚୋରା ଚାଲାଣ ବେଳେ ଠାବ ହୋଇଥିଲା । ପରେ ଏହାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗକୁ ପରୀକ୍ଷା ପାଇଁ ପଠାଯାଇଥିଲା ।