ଧାମନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲେ ରାଜୁ ଦାସ

ଭୁବନେଶ୍ୱର,୧୭/୧୦: ଧାମନଗର ଉପନିର୍ବାଚନ ନେଇ ରାଜନୈତିକ ମାହୋଲ ଏବେ ସରଗରମ ହୋଇପଡିଛି। ଏହାରିମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ନାହିଁ କହି ବିଜେଡିକୁ ଖୋଲା ଚ୍ୟାଲେଞ୍ଜ କରି ସ୍ୱାଧୀନ ପାର୍ଥୀ ରାଜେନ୍ଦ୍ର ଦାସ  ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି । ରାଜୁ ଦାସଙ୍କ ଷ୍ଟାର ପ୍ରଚାରକ ତାଲିକାରେ କେହି ବଡ଼ ନେତା ନାହାନ୍ତି । ଲୋକଙ୍କ ନିକଟତର ହେବା ପାଇଁ ଜାରି କରିଥିବା ଏହି ତାଲିକାରେ ରହିଛନ୍ତି ବାପା, ମା, ଗୁରୁଜନ, ଚାଚା, ଚାଚି । କେବଳ ଏମାନେ ନୁହନ୍ତି, କୃଷକ, ଭାଇ ଭଉଣୀ ଓ ସାଧାରଣ ଜନତା ତାଲିକାରେ ଅଛନ୍ତି । ରାଜୁ ଦାସ କହିଛନ୍ତି ଏମାନେ ହେଉଛନ୍ତି ତାଙ୍କର ହର୍ତାକର୍ତା ଦଇବ ବିଧାତା ।