ଚଳିତଥର ଭର୍ଚୁଆଲରେ ହେବ ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥା

ଭୁବନେଶ୍ୱର,୨/୧୧: ଚଳିତଥର ଭର୍ଚୁଆଲରେ ହେବ ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥା। ଏବର୍ଷ ପଞ୍ଚୁକରେ ଝୁଲାପୋଲ ନିକଟରେ ବଡ଼ ଏଲ୍‌ଇଡି ଟିଭିର ବ୍ୟବସ୍ଥା କରାଯିବ। ଝୁଲାପୋଲ ନିକଟରେ ଶ୍ରଦ୍ଧାଳୁମାନେ ଏଲ୍ଇଡି ଟିଭିରେ ଧବଳେଶ୍ବରଙ୍କୁ ଦର୍ଶନ କରିବେ। ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଝୁଲା ପୋଲ ନିକଟରେ ମିଳିବ। ଧବଳେଶ୍ୱରରେ ବୈଠକ ପରେ କଟକ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ଦୁର୍ବଳ ଝୁଲା ପୋଲ ପାଇଁ ଧବଳେଶ୍ୱରରେ ୧୪୪ ଜାରି ହୋଇଛି। ୧୪୪ ପାଇଁ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।