ଗୋଟିଏ ଦିନ ପାଇଁ ବନ୍ଦ ରହିବ ଧବଳେଶ୍ୱର ମନ୍ଦିର ପାଖରେ ଥିବା ଝୁଲାପୋଲ

ଭୁବନେଶ୍ୱର,୩୧/୧୦: ଗୁଜରାଟରେ ଝୁଲାପୋଲ ଭୁଶୁଡି ଶତାଧିକ ପ୍ରାଣ ଯିବା ପରେ ହଠାତ୍ ତତ୍ପର ହୋଇଉଠିଛି କଟକ ଜିଲ୍ଲା ପ୍ରଶାସନ । କଟକ ଧବଳେଶ୍ୱର ମନ୍ଦିର ପାଖରେ ଥିବା ଝୁଲାପୋଲକୁ ଗୋଟିଏ ଦିନ ପାଇଁ ପ୍ରଶାସନ ବନ୍ଦ କରିଦେଇଛି । ତେବେ ପୋଲର ସ୍ଥିତି ଦୁର୍ବଳ ଥିବା ନେଇ ଖବର ପ୍ରସାରଣ ପରେ ପୋଲର ଯାଞ୍ଚ ହେଉଥିବା କଥା କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ ଗୋଟିଏ ଦିନ ସମ୍ପୂର୍ଣ୍ଣ ଭାବେ କଟକ ଧବଳେଶ୍ୱର ଝୁଲାପୋଲ ବନ୍ଦ ରହିବ । ଏହି ସମୟରେ ପୋଲିର ନିରାପତ୍ତା ଯାଞ୍ଚ କରାଯିବ । ଟେକ୍ନିକାଲ ଟିମର ପୋଲର ସ୍ଥିତି ଯାଞ୍ଚ କରିବା ପରେ ଯାଇ ପୋଲକୁ ଗମନାଗମନ ପାଇଁ ବ୍ୟବହାର କରାଯିବ ।