ଭରତପୁର ଥାନାରେ ମେଜରଙ୍କୁ ଆକ୍ରମଣ ଘଟଣା, ୫ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୧୮/୦୯: ଭୁବନେଶ୍ୱର ଅଧୀନ ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ନିର୍ଯାତନା ମାମଲାରେ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୁଲିସ ଡିଜି। ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ରଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି। ସେହିପରି SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବିତ କରାଯାଇଛି। ଏହି ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇଛି।

ଗତକାଲି ଭରତପୁର ଥାନାର IIC, ଜଣେ ASI ଓ କନଷ୍ଟେବଲଙ୍କୁ ବଦଳି କରାଯାଇଥିଲା। ଆଜି IIC ସମେତ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୁଲିସ ଡିଜି। ଅଭିଯୋଗ ଅନୁସାରେ, ଗତ ଶନିବାର ବିଳମ୍ବିତ ରାତିରେ ଭରତପୁର ଥାନାକୁ ଅଭିଯୋଗ ପାଇଁ ଯାଇଥିବା ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଥାନାରେ ନିର୍ଯାତନା ହେଇଥିଲା। ଭରତପୁର ଥାନାର ତତ୍କାଳୀନ ଆଇଆଇସି ମେଜରଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବା ପାଇଁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଗତକାଲି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଥିଲେ। ଭରତପୁର ଥାନା ଏକ ମଡେଲ ଥାନା ହୋଇଥିଲେ ବି ସେଠାରେ ସିସିଟିଭି କ୍ୟାମେରା ନାହିଁ।ଯାହାକୁ ନେଇ ସାଧାରଣରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *