ଭୁବନେଶ୍ୱରରେ ଚାଲିଛି ଡ଼ିଜି-ଆଇଜି ସମ୍ମିଳନୀ, ମିଳିଲା ଏମିତି ଧମକପୂର୍ଣ୍ଣ ମେସେଜ

ଭୁବନେଶ୍ୱର,୩୦/୧୧: ଓଡ଼ିଶାରେ ତିନି ଦିନ ପାଇଁ ଆୟୋଜିତ ହେଉଛି ଡ଼ିଜି-ଆଇଜି ସମ୍ମିଳନୀ । ଆଉ ଏହାରି ଭିତରେ ଖଲିସ୍ଥାନୀ ଆତଙ୍କୀ ପନ୍ନୁର ଏକ ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଉପରେ ଆକ୍ରମଣ କରିବା ନେଇ କହିବା ସହ, ଲୋକସେବା ଭବନ ଉପରେ ଯେଉଁ ବ୍ୟକ୍ତି ଖଲିସ୍ତାନୀ ପତାକା ଉଡାଇବ ତାକୁ ୨୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି । ଏଥିସହ ୧ ତାରିଖ ଦିନ ଡିଜିପି ସମ୍ମିଳନୀରେ ଆକ୍ରମଣ ଧମକ ଦେଇଛି ପନ୍ନୁ । ତେବେ ଏହି ଅଡିଓ ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଅନୁଧ୍ୟାନ ପାଇଁ ଅତିରିକ୍ତ ଫୋର୍ସ ମୁତୟନ ହେଇଛନ୍ତି ।