OSSC ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ନେଲେ ପୂର୍ବତନ ଡିଜିପି ଅଭୟ

ଭୁବନେଶ୍ୱର,୧୩/୪: ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ନିଯୁକ୍ତି । ଆଜି OSSC ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ନେଇଛନ୍ତି ପୂର୍ବତନ ଡିଜିପି ଅଭୟ। ନିଯୁକ୍ତିର ୫ବର୍ଷ କିମ୍ବା ୬୨ବର୍ଷ ବୟସ ଯାଏ ଦାୟିତ୍ବରେ ରହିବେ ଅଭୟ। ନୂଆ ନିଯୁକ୍ତି ପାଇବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇ ଟ୍ୱିଟ୍‌ କରିଛନ୍ତି ଅଭୟ। ନିଯୁକ୍ତି କ୍ଷେତ୍ରରେ ଚୟନ ପ୍ରକ୍ରିୟା ସମୟ କମ କରିବା ଓ ସ୍ୱଚ୍ଛତା ଆଣିବା ଦିଗରେ କାମ କରିବି ବୋଲି ସେ କହିଛନ୍ତି।