ଟିକାକରଣ ନାମରେ ନକଲି ପୋର୍ଟାଲରୁ ଦୂରେଇ ରୁହନ୍ତୁ : ଡିଜିପି

ଭୁବନେଶ୍ୱର, ୨୦/୫: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଡିଜିପି ଅଭୟ ଏକ ସାମ୍ବାଦିକ ସମ୍ମିଳନୀ କରି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଟିକାକରଣ ନାମରେ ନକଲି ପୋର୍ଟାଲରୁ ଦୂରେଇ ରୁହନ୍ତୁ।
ରେଜିଷ୍ଟ୍ରେସନ ପାଇଁ ୩ଟି ଅସଲି ପୋର୍ଟାଲ ରହିଛି। ସେଗୁଡିିକ ହେଉଛି କୋଓ୍ବିନ, ଆରୋଗ୍ୟ ସେତୁ ଓ ଉମଙ୍ଗ ପୋର୍ଟାଲ ।
ଅନଲାଇନ୍ ଔଷଧ କିଣୁଥିଲେ ମଧ୍ୟ ସଜାଗ ରୁହନ୍ତୁ କାରଣ କୋଭିଡ୍ ସର୍ଭେ ନାରେ ମଧ୍ୟ ଠକେଇ ହେଉଛି। ଏହାସହ ଘରୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।