ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଲେ ଡିଜିପି

ଭୁବନେଶ୍ୱର, ୨୯/୪: ଦେଶରେ ଏବେ କରୋନାର ଦ୍ୱିତୀୟ ଲହରି ସମସ୍ତିଙ୍କୁ ଭୟଭୀତ କରିଛି। ଆଜି ରାଜ୍ୟରେ କରୋନାର ମୁକାବିଲା ନେଇ ଡିଜିପି ଅଭୟ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟରେ ମଧ୍ୟ ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ  ଏବେ ବି ବହୁ ଅମାନିଆ କୋଭିଡ ନିୟମ ମାନୁ ନାହାନ୍ତି। ତେଣୁ ସେ ସେମାନଙ୍କୁ ସତର୍କ କରିଛନ୍ତି। ଏହାସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ସପ୍ତାହାନ୍ତ ଲକ୍‌ଡାଉନ ଓ ନାଇଟ୍ କର୍ଫ୍ୟୁ ମାନିବା ଓ ଗହଳି ଏଡ଼ାଇବାକୁ ସେ କହିିିଛନ୍ତି।

ସେହିପରି ଅପରାଧ ନିୟନ୍ତ୍ରଣ ପୋଲିସର ମୁଖ୍ୟ କାମ । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଅମାନିଆଙ୍କୁ ଧରିବାରେ ସମୟ ଯାଉଛି ।କୋଭିଡ୍ ନିୟମ ଭାଙ୍ଗିଥିବା ଅମାନିଆଙ୍କୁ ଗିରଫ କରିବା, ଫାଇନ୍ କାଟିବା ଆମକୁ ଦୁଃଖ ଦେଉଛି । ତେଣୁ ଲୋକମାନେ ନିୟମକୁ ଠିକ୍ ଭାବେ ପାଳନ କରିବାକୁ ସେ କହିଛନ୍ତି। ପରିସ୍ଥିତି ବାଧ୍ୟ କରିବାକୁ ଏହା ଅନିଚ୍ଛା ସତ୍ତ୍ବେ ଆମେ କରୁଛୁ ବୋଲି ସେ କହିଛନ୍ତି।