୩୭ ବର୍ଷ ପରେ ଗିରଫ ହେଲା ଫେରାର ଡକାୟତ

ଭୁବନେଶ୍ୱର, ୧୩/୩: ପୋଲିସକୁ ମିଳିଛି ଏକ ବଡ ସଫଳତା।  କେନ୍ଦ୍ରାପଡ଼ା ପାଟକୁରାରୁ ୩୭ ବର୍ଷ ପରେ ଫେରାର ଥିବା ଡକାୟତ ଗିରଫ ହୋଇଛି। ଡକାୟତ ବିରୋଧରେ ୩୭ ବର୍ଷ ଧରି ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା । ଯାଜପୁର ରୋଡରୁ ଏକ ଡକାୟତି ମାମଲାରେ NBW ମଧ୍ୟ ଜାରି କରିଥିଲା ପୋଲିସ। ଅନ୍ୟପଟେ ସେହି ଡକାୟତକୁ ଗିରଫ କରିଥିବାରୁ ପାଟକୁରା ପୋଲିସକୁ ସାଧୁବାଦ ଦେବା ସହ ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।