ନୂଆଦିଲ୍ଲୀ,୦୯/୦୪: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାନସଭା ଉପବାଚସ୍ପତି ଭବାନୀ ଭୋଇ । ସୁନ୍ଦରଗଡରେ ଯାହା ଚାଲିଛି ତାହା ସ୍ପଷ୍ଟ କରିଦେଲେ ଉପବାଚସ୍ପତି । ଖଣି ଚୋରି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅବଗତ । ହେମଗିରିରେ କୋଇଲା ଓ ବଣାଇରେ ଆଇରନ, ମାଙ୍ଗାନିଜ ଖୁଲମଖୁଲା ଚୋରି ହେଉଥିବା କହିଛନ୍ତି । ଏଥରେ ଜିଲ୍ଲା ପ୍ରଶାସନର ବଡ଼ ବଡ଼ ଅଧିକାରୀ, ଜଙ୍ଗଲ ବିଭାଗର ଅଧିକାରୀ, ଖଣି ବିଭାଗର ଅଧିକାରୀ ସିଧାସଳଖ ସମ୍ପୃକ୍ତ ଥିବା ଦର୍ଶାଇଛନ୍ତି ।ବେଆଇନ ଖଣି ଖନନ ଓ କୋଇଲା ଉତ୍ତୋଳନ କରୁଛନ୍ତି ମାଫିଆ । ଅତିଶୀଘ୍ର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଲେ ନିବେଦନ । ମାଫିଆ ଓ ତାଙ୍କୁ ସହଯୋଗ କରୁଥିବା କର୍ମଚାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିରେ ଜଣେଇଛନ୍ତି । ଅବୈଧ ଖଣିକୁ ବନ୍ଦ କରିବା ପାଇଁ ଟାକ୍ସ ଫୋର୍ସ ଗଠନ ପାଇଁ ଦାବି କରିଛନ୍ତି ।