ଏଣିକି କେବଳ ଛତୁଆ ନୁହେଁ ପିଲାଙ୍କୁ ଦିଆଯିବ ମାଣ୍ଡିଆ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର,୩୦/୦୯: ଖରାପମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହାସହ ସେ କହିଛନ୍ତି ଯେ କେବଳ ଛତୁଆ ନୁହେଁ, ଏଣିକି ପିଲାଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଦିଆଯିବ। ରାଜ୍ୟସ୍ତରୀୟ ପୋଷଣ ମାସର ଉଦଯାପନୀ ଉତ୍ସବରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁଆଡ଼େ ଛତୁଆ ନୁହେଁ ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ।ଯେଉଁଠି ମିଲେଟ୍ ସମ୍ଭବ ସେଠି ମିଲେଟ୍ ବି ଦିଆଯାଇ ପାରିବ। ଆଗକୁ ଯେମିତି ଛତୁଆ କେଳେଙ୍କାରୀ ହେବନି, ତା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *