ଦେଓମାଳିରେ ରାତ୍ରୀ ରହଣି ଉପରେ କଟକଣା ଲଗାଇଲା ପ୍ରଶାସନ

ଭୁବନେଶ୍ୱର,୧୨/୦୪: ଦେଓମାଳିରେ ରାତିରେ ରହିବା ମନା । ଦେଓମାଳିରେ ରାତ୍ରୀ ରହଣି ଉପରେ କଟକଣା ଲଗାଇଲା ପ୍ରଶାସନ । ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବାକୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଆଧାରରେ ଏହା ଲାଗୁ ହୋଇଛି । ଏହି ପର୍ଯ୍ୟଟନସ୍ଥଳୀର ସ୍ବଚ୍ଛତା ଓ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ନିର୍ଦ୍ଦେଶାନାମାରେ କହିଛନ୍ତି, ଦେଓମାଳି ହିଲ୍‌ଟପ୍‌ ରାତି ୮ଟାରୁ ସକାଳ ୫ଟା ଯାଏଁ ପର୍ଯ୍ୟଟକମାନେ ରହିପାରିବେ ନାହିଁ । ଏହାପୂର୍ବରୁ ସିନେ ନିର୍ମାତା ରାଜାମୌଲି ଦେଓମାଳିରେ ସୁଟିଂ ସମୟରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଂଶସା କରିଥିଲେ । ଏହାସହ ପର୍ଯ୍ୟଟକ ମାନେ ଏହି ମନୋରମ ପର୍ଯ୍ୟଟନସ୍ଥଳୀକୁ କିଭଳି ପ୍ରଦୂଷିତ କରୁଛନ୍ତି ତାହାର ଭିଡ଼ିଓ ସେୟାର କରି ଉଦ୍‌ବେଗ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *