ଭୁବନେଶ୍ୱର,୩/୦୧: ରାଜ୍ୟରେ ଆସନ୍ତା ୨ ଦିନ କୁହୁଡି ଚେତାବନୀ । ଆଉ ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ କୁହୁଡି ସମ୍ଭାବନା ରହିଛି । ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକରେ ଘନ କୁହୁଡି ଆଶଙ୍କା । ସେହିପରି ଗଞ୍ଜାମ, ଗଜପତି, ନୟାଗଡରେ କୁହୁଡି ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ ଓ କେନ୍ଦୁଝରରେ କୁହୁଡି ଦେଖାଯିବ । ତେବେ କୁହୁଡିକୁ ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨ ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । କିନ୍ତୁ ଦୁଇ ଦିନ ପରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ।