ଘନ କୁହୁଡି ପାଇଁ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୭/୦୧: ଆଜି ବି ରାଜ୍ୟରେ କଲବଲ କରିଛି କୁହୁଡ଼ି। ବିଶେଷକରି ଉପକୂଳବର୍ତ୍ତି ଜିଲ୍ଲାରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟତା ହ୍ରାସପାଇଛି। ଆଜି ସକାଳେ ମନ୍ଦିର ସାମ୍ନାରେ ଏତେ ଘନ କୁହୁଡ଼ି ଥିଲା ଯେ, ଶ୍ରଦ୍ଧାଳୁମାନଙ୍କ ଲାଗି ଦର୍ଶନରେ ଅସୁବିଧା ପରିଲକ୍ଷିତ ହୋଇଥିଲା। ସୂଚନାଯୋଗ୍ୟ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ମଧ୍ୟରାତ୍ରିରୁ ସକାଳ ୮ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ପ୍ରଭାବ ରହିବ ବୋଲି କୁହାଯାଇଛି। ୨୪ ଘଣ୍ଟା ପର୍ଯ୍ୟନ୍ତ ବା ୨୮ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ଏସବୁକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିରେ ବିଶେଷ କରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି ରହିଛି।
ଏସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ତାପମାତ୍ରା‌ରେ ‌ଆଖିଦୃଶିଆ ପରିବର୍ତ୍ତନ ହେବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *