ରାଜଧାନୀରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୭/୭: ରାଜ୍ୟରେ କରୋନା ଚିନ୍ତା ବଢ଼ୁଥିବ ବେଳେ ଏବେ ମାତିଛି ଡେଙ୍ଗୁ ଜ୍ଵର। ଚଳିତ ବର୍ଷ ଭୁବନେଶ୍ବରରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତକ ୧୫ ବର୍ଷୀୟା ବାଳିକା। ସେ ଶୈଳଶ୍ରୀ ବିହାରରେ ରହୁଥିଲେ । କିଛିଦିନ ଧରି ସେ ଜ୍ବରରେ ପୀଡ଼ିତ ଥିଲେ। ଏହାପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । BMCର ଉତ୍ତର ଜୋନରେ ଏଯାଏ ମୋଟ ୫୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ରହିଛି।