ରାଜଧାନୀର ଏହି ୩ଟି ଅଂଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ

ଭୁବନେଶ୍ୱର,୨/୦୭: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଜଟିଳ ହେଉଛି ଡେଙ୍ଗୁ ପରିସ୍ଥିତି । ଆଉ ବିଳମ୍ବରେ ହେଲେ ବି ଭୁବନେଶ୍ୱର ମହାନଗର ନିଗମ ଏହାକୁ ନିୟନ୍ତ୍ରଣ କରିବାକୁ ଅଂଟାଭିଡିଛି । ରାଜଧାନୀର ବିଭିନ୍ନ ଅଂଚଳରେ ଚାଲିଛି ସଫେଇ କାର୍ଯ୍ୟର୍କ୍ରମ। ମୌସୁମୀ ବର୍ଷା ଆସୁ ଆସୁ ହିଁ ଡେଙ୍ଗୁର ହଟସ୍ପଟ ପାଲଟିଲାଣି ଭୁବନେଶ୍ୱରର ଆଇଆରସି ଭିଲେଜ, ସାଲିଆ ସାହି ଓ ପୁରୁଣା ଭୁବନେଶ୍ୱର । ଖୋର୍ଧା ଓ ଭୁବନେଶ୍ୱର ମହାନଗର ନିଗମରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ସମ୍ବେଦନଶୀଳ ଅଂଚଳରେ ସଫେଇକୁ ତ୍ୱରାନ୍ୱିତ କରାଯାଇଛି । ମଶା ଔଷଧ ଓ ବ୍ଲିଚିଂ ପକାଯାଉଛି ।କେବଳ ସାଲିଆ ସାହିରେ ଦିନକୁ ୪ରୁ ୫ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ରାଜଧାନୀବାସୀ ସତର୍କ ରହିବା ସହ ନିଜ ଅଂଚଳ ସଫା କରିବାକୁ ଅନୁରୋଧ କରିଛି ବିଏମସି ।