ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ,୧୮/୫: ଆଜି ଦିଲ୍ଲୀ ଉପରାଜ୍ୟପାଳ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି ଅନୀଲ ବୈଜଲ । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ୨୦୧୬ ଡିସେମ୍ବର ୩୧ରେ ସେ ଦିଲ୍ଲୀର ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେଇଥିଲେ । ତେବେ ହଠାତ ଆଜି ସେ ଇସ୍ତଫା ଦେଇଥିବା ସମସ୍ତଙ୍କୁ ଚକିତ କରିଛି ।