ଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ସମ୍ବନ୍ଧୀୟ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆ ଏକ୍ସରୁ ହଟାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୧/୦୨: ଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା ସମ୍ବନ୍ଧୀୟ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆ ଏକ୍ସରୁ ହଟାଇବାକୁ ଭାରତୀୟ ରେଳମନ୍ତ୍ରାଳୟର ନିର୍ଦ୍ଦେଶ । ମୋଟ ୨୫୮ ଭିଡିଓ ହଟାଇବାକୁ କୁହାଯାଇଥିବା ଜଣାପଡିଛି । ଫେବ୍ରୁଆରୀ ୧୫ରେ ଦିଲ୍ଲୀ ଷ୍ଟେସନରେ ବଡ ଅଘଟଣରେ ୧୮ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ ।୧୫ ତାରିଖରେ ନୂଆଦିଲ୍ଲୀ ରେଳ ଷ୍ଟେଶନରେ କୁମ୍ଭମେଳାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ଏକ ବିରାଟ ଭିଡ଼ ଜମିଥିବା ବେଳେ ଦଳାଚକଟା ହୋଇଥିଲା। ତେବେ ସ୍ବତନ୍ତ୍ର ଟ୍ରେନର ବିଳମ୍ବ ଏବଂ ପ୍ଲାଟଫର୍ମ ପରିବର୍ତ୍ତନ ଘୋଷଣା ଯୋଗୁଁ ଷ୍ଟେଶନରେ ଦଳାଚକଟା ହୋଇଥିଲା।

Leave a Reply

Your email address will not be published. Required fields are marked *