ଦିଲ୍ଲୀରେ ପ୍ରଦୂଷଣର ତାଣ୍ଡବ, ପଦକ୍ଷେପ ଗ୍ରହଣ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୫ା୧୦: ଦିଲ୍ଲୀରେ କରୋନା ସହ ତାଣ୍ଡବ ରଚୁଛି ପ୍ରଦୂଷଣ । ପ୍ରଦୂଷଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୫୦ଟି ଟିମ୍ ଏନେଇ ମୂତୟନ ହୋଇଛନ୍ତି । ବଡ଼ ନିର୍ମାଣ ଓ କଠିନ ବର୍ଜ୍ୟ ଉପରେ ସତର୍କ ଦୃଷ୍ଟି ରଖିବେ ଏହି ଟିମ୍ । ଅନ୍ୟପଟେ ନଡାଜଳା କମ୍ କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପାଖ ରାଜ୍ୟଗୁଡ଼ିକୁ ନଡ଼ା ଓ ଅଳିଆ ନପୋଡ଼ିବାକୁ ପରାମର୍ଶ ଦିଆଯାଇଛି । ବ୍ୟକ୍ତିଗତ ଯାନ ବ୍ୟବହାର କମାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏନେଇ ସୂଚନା ଦେଇଛନ୍ତି ।