ଦିଲ୍ଲୀ ଏମସିଡିର ମେୟର ପ୍ରାର୍ଥୀ ଘୋଷଣା କଲା ଆପ

ନୂଆଦିଲ୍ଲୀ,୨୩/୧୨: ଦିଲ୍ଲୀ ଏମସିଡିର ମେୟର ପଦପାଇଁ ଜାନୁଆରୀ ୬ ତାରିଖରେ ନିର୍ବାଚନ ହେବାକୁ ଯାଉଛି । ଏହି କ୍ରମରେ ଆମ୍ ଆଦମୀ ପାର୍ଟି ତରଫରୁ ଆଜି ମେୟର ଓ ଡେପୁଟି ମେୟର ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ସୂଚନା ମୁତାବକ ଆପ୍, ତରଫରୁ ମେୟର ପ୍ରାର୍ଥୀ ଭାବେ ଶୈଲୀ ଓବରାଇଙ୍କ ନାମ ଘୋଷଣା କରାଯାଇଥିବା ବେଳେ ମାଟିଆ ମହଲର ବିଧାୟକ ସୋଏବ ଇକବାଲଙ୍କ ପ୍ରୁଅ ଆଲେ ମହମ୍ମଦ ଇକବାଲ ଡେପୁଟି ମେୟର ପଦ ପାଇଁ ପ୍ରାର୍ଥୀ ହେବେ ।

ଦିଲ୍ଲୀ ଏମସିଡିର ମେୟର, ଡେପୁଟି ମେୟର ଓ ସଦନର ମୋଟ ୬ ସ୍ଥାୟୀ ସଦସ୍ୟ ନିର୍ବାଚନ ପାଇଁ ଜାନୁଆରୀ ୬ ତାରିଖକୁ ସ୍ଥିର କରାଯାଇଛି ।