ଏଣିକି ସର୍ବସାଧାରଣରେ ସ୍ୱାମୀଙ୍କୁ ବେଜିତ କଲେ ସ୍ତ୍ରୀଙ୍କୁ ଦେଇପାରିବେ ଛାଡପତ୍ର

ନୂଆଦିଲ୍ଲୀ,୨୪/୧୨: ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଏଣିକି ସର୍ବସାଧାରଣରେ ସ୍ୱାମୀଙ୍କୁ ବେଜିତ କରିବା ସ୍ତ୍ରୀଙ୍କ ପ୍ରତି ଭାରି ପଡିପାରେ। ଯଦି ସ୍ତ୍ରୀ ଜାଣିଶୁଣି ସ୍ୱାମୀଙ୍କୁ ଅପମାନ କରନ୍ତି , ସର୍ବ ସମକ୍ଷରେ ଅସମ୍ମାନ କରନ୍ତି, ତେବେ ଏହାକୁ ସହ୍ୟ କରିବାକୁ ସ୍ୱାମୀ ବାଧ୍ୟ ନୁହଁନ୍ତି । ଏଥିରେ ସ୍ୱାମୀ ଜଣକ ପ୍ରତିକ୍ରିୟା ପ୍ରକାଶ କରିପାରିବେ । ଏପରିକି ଆବଶ୍ୟକ ପଡିଲେ ସ୍ୱାମୀ ଜଣକ ସ୍ତ୍ରୀକୁ ଛାଡପତ୍ର ଦେଇପାରିବେ ବୋଲି ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।କୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କୁ ସର୍ବସାଧାରଣରେ ଅପମାନ କରିବା ବା କଥାରେ ନିର୍ଯାତନା ଦେବା ଅତ୍ୟନ୍ତ ଲଜ୍ଜାଜନକ କଥା । ସ୍ୱାମୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିବା କିମ୍ବା ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ଭଳି ଘଟଣା ଗ୍ରାହଣୀୟ ନୁହେଁ ।