ଦିଲ୍ଲୀରେ ବଢି ଚାଲିଛି ପ୍ରଦୂଷଣ

ନୂଆଦିଲ୍ଲୀ,୨୩/୦୬: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଦିନକୁ ଦିନ ବଢି ଚାଲିଛି । ତେଣୁ ସରକାରଙ୍କୁ କଡ଼ା ପଦକ୍ଷେପ ନେବାକୁ ପଡ଼ିଛି । ଯାହା ଚଳିତ ବର୍ଷ ଅକ୍ଟୋବର ମାସରୁ ଆସନ୍ତା ବର୍ଷ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସହର ଭିତରକୁ ଟ୍ରକ ପ୍ରବେଶ ବନ୍ଦ କରାଯାଇଛି । ଏହି ସମୟ ଭିତରେ ସହର ଭିତରକୁ କୌଣସି ଟ୍ରକ ଛଡ଼ାଯିବନି । ଦିଲ୍ଲୀ ସରକାରଙ୍କ ଏକ ବିଜ୍ଞପ୍ତି ଅନୁଯାୟୀ- ୧ ଅକ୍ଟୋବରରୁ ୨୮ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ । ଯାହା ଭିତରେ କୌଣସି ପରିସ୍ଥିତିରେ ଦିଲ୍ଲୀ ସହର ଭିତରକୁ ଟ୍ରକ ଛଡ଼ାଯିବନି । ଶୀତ ଋତୁରେ ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ତର ୨.୫ ପିଏମକୁ ଖସିଯାଇଥିଲା । ଏହି ସମୟରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସାଂଘାତିକ ଭାବେ ତଳକୁ ଖସିଯାଉଛି । ଏହାକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି । କଳକାରଖାନାରୁ ନିର୍ଗତ ଧୂଆଁ, ଗାଡ଼ି ମଟର ତଥା ଯାନବାହାନରୁ ନିର୍ଗତ ଧୂଆଁ ଏବଂ ପଡ଼ୋଶୀ ଦୁଇ ରାଜ୍ୟ ହରୟାଣା ଏବଂ ପଞ୍ଜାବରେ ଚାଷ ଅବଶେଷ ପୋଡ଼ାଯିବା ଯୋଗୁଁ ତାହାର ପ୍ରଭାବ ଦିଲ୍ଲୀ ଉପରେ ପଡୁଛି ।