ନୂଆଦିଲ୍ଲୀ,୦୮/୦୨: ଦିଲ୍ଲୀ ନିର୍ବାଚନ ଫଳାଫଳ ପ୍ରକାଶ ପାଇଁ ଭୋଟ କାଉଣ୍ଟିଂ ଚାଲିଛି । ଆପକୁ ଡବଲ ଝଟକା । ଦିଲ୍ଳୀ ବିଧାନସଭାରେ ହାରିଲେ କେଜ୍ରିୱାଲ। ଦିଲ୍ଳୀ ସିଟ୍ ରୁ ପରାଜୟ ବରଣ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏହି ସିଟ୍ ରୁ ବିଜେପି ପ୍ରାର୍ଥି ପରବେଶ ବର୍ମା ବିଜୟ ଲାଭ କରିଛନ୍ତି । ଶେଷରେ ବାଜି ମାରିଲା ବିଜେପି । ସେହିପରି ଜଙ୍ଗପୁରାରୁ ଆପକୁ ବଡ ଝଟକା । ନିର୍ବାଚନ ହାରିଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ । ଜଙ୍ଗପୁରା ଆସନରେ ହାରିଲେ ମନୀଷ ସିସୋଦିଆ । ମନୀଷଙ୍କ ବିପକ୍ଷରେ ଏହି ଆସନରେ ନିର୍ବାଚନ ଲଢିଥିଲେ ବିଜେପିର ତରବିନ୍ଦର ସିଂ ମାରବାହ ଓ କଂଗ୍ରେସର ଫରହାଦ ସୁରି । ଏହି ଆସନରେ ବିଜେପିର ତରବିନ୍ଦର ସିଂ ମାରଓ୍ବା ବିଜୟୀ ହୋଇଛନ୍ତି । ପ୍ରଥମଥର ପାଇଁ ଏହି ଆସନରୁ ମନୀଷ ସିସୋଦିଆ ପ୍ରାର୍ଥୀ ହୋଇଥିଲେ । ହେଲେ ଏହାପୂର୍ବରୁ ସେ ପଟପଡଗଞ୍ଜରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏବେ ଏହି ଆସନରେ ଆପ ଅବଧ ଓଝାଙ୍କୁ ପ୍ରାର୍ଥୀ କରିଛି ।