ନୂଆଦିଲ୍ଲୀ,୩/୦୨: ଆସନ୍ତା ୫ତାରିଖରେ ଦିଲ୍ଲୀରେ ପଡିବ ଭୋଟ । ନେତା ବାଛିବେ ଜନାତା । ଆଉ ଏହାରି ଭିତରେ ଦିଲ୍ଲୀ ବିଧାନସଭାକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଯାଇଛି । ଭିନ୍ନ ଭିନ୍ନ ସମ୍ୱେଦନଶୀଳ ବୁଥରେ ଅଧିକ ପୋଲିସଙ୍କୁ ମୁତୟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଦିଲ୍ଲୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ୧୫୦ ପାରାମିଲିଟ୍ରି ଫୋର୍ସ ଏବଂ ୩୦ ହଜାରରୁ ଅଧିକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ପାଖାପାଖି ୩ହଜାର ମତଦାନ କେନ୍ଦ୍ରକୁ ସମ୍ୱେଦନଶୀଳ କେନ୍ଦ୍ରଭାବେ ତାଲିକାଭୂକ୍ତ କରାଯାଇଛି । ସବୁଠୁ ବଡ କଥା ହେଉଛି ମତଦାନକେନ୍ଦ୍ର ଉପରେ ଡ୍ରୋନ୍ ସାହାଯ୍ୟରେ ବି ନଜର ରଖାଯିବାର ବ୍ୟବସ୍ଥା କରାଯାଇଛି । ଡ୍ରୋନ୍ ସର୍ଭିଲାନ୍ସରେ ରହିବ ସମ୍ୱେଦନଶୀଳ ବୁଥ୍ ।
ଅନ୍ୟପଟେ ଜାନୁଆରୀ ୭ରୁ ଫେବ୍ରୁୟାରୀ ୨ତାରିଖ ମଧ୍ୟରେ ଆଦର୍ଶ ଆଚରଣବିଧି ଉଲଂଙ୍ଗନ ଅଭିଯୋଗ ମାମଲାରେ ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅନ୍ୟାନ୍ୟ ଆଇନଗତ ବ୍ୟସ୍ଥା ଅନୁଯାଇ ପାଖାପାଖି ୩୩ ହଜାର ୪୩୪ ଜଣ ଲୋକଙ୍କୁ ପୋଲିସ ଗିରଫ କରିଛି ।