ଦିଲ୍ଲୀର ୧୮ ବର୍ଷରୁ ଊର୍ଦ୍ଧ୍ବ ସବୁ ନାଗରିକଙ୍କୁ ମିଳିବ ମାଗଣା ଟିକା

ନୂଆଦିଲ୍ଲୀ, ୨୬/୪: ଦେଶରେ ଅତି ଭୟଙ୍କର ସ୍ଥିତି ରେ କରୋନା। ଏହାରିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଘୋଷଣା କରିଛନ୍ତି। ଦିଲ୍ଲୀର ୧୮ ବର୍ଷରୁ ଊର୍ଦ୍ଧ୍ବ ସବୁ ନାଗରିକଙ୍କୁ  ମାଗଣା ଟିକା ମିଳିବ।  ୧.୩୪ କୋଟି ଟିକା କିଣିବାକୁ ଅର୍ଡର ଦେଇଛନ୍ତି ଦିଲ୍ଲୀ ସରକାର ।

ରାଜ୍ୟ ପାଇଁ ବି ଟିକା ଦର ୧୫୦ ଟଙ୍କାରେ ସୀମିତ ରଖିବାକୁ ସେ ଦାବି କରିଛନ୍ତି। ଆବଶ୍ୟକ ହେଲେ ଦର କଟକଣା ଜାରି କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି।