ନୂଆଦିଲ୍ଲୀ,୦୯/୦୨: ଦିଲ୍ଲୀରେ ଆପ ପରାଜୟ ପରେ ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ଆଜି ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନ ଫଳାଫଳରେ ବିଜେପିକୁ ୪୮ ଏବଂ ଆମ୍ ଆଦମି ପାର୍ଟି ୨୨ ସିଟ୍ ମିଳିଛି । ଆତିଶୀ କାଲକାଜୀ ବିଧାନସଭା ସିଟ୍ ରୁ ବିଜୟ ଲାଭ କରିଛନ୍ତି । ରମେଶ ବିଧୁରିଙ୍କୁ ୩୫୦୦ରୁ ଅଧିକ ଭୋଟରେ ହରାଇଛନ୍ତି ଆତିଶୀ। ଆପ୍ ଅନେକ ବଡ ବଡ ନେତା ହାରିଛନ୍ତି।ଦିଲ୍ଲୀ ଅକ୍ତିଆର କରିଛି ଭାରତୀୟ ଜନତା ପାର୍ଟି । ତେବେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କିଛି ଘୋଷଣା କରାଯାଇଛି।