୧୨ ତାରିଖ ଯାଏଁ ବଢ଼ିଲା କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦୀ

ନୂଆଦିଲ୍ଲୀ,୩/୦୭: ଆସନ୍ତା ୧୨ ତାରିଖ ଯାଏଁ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦୀ। ଅର୍ଥ ଠକେଇ ଘଟଣାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। କେଜ୍ରିୱାଲଙ୍କ ସହ ବିନୋଦ ଚୌହ୍ବାନଙ୍କ ବିଚାର ବିଭାଗୀୟ ହାଜତକୁ ମଧ୍ୟ ଜୁଲାଇ ୧୨ ଯାଏଁ ବଢ଼ାଇ ଦିଆଯାଇଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏବେ ଉଭୟ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି। ଏହି ମାମଲାରେ କେଜ୍ରିୱାଲଙ୍କ ସମେତ ଦିଲ୍ଲୀ ସରକାରର ବରିଷ୍ଠ ମନ୍ତ୍ରୀ ଓ ଆପ୍ ନେତା ଜେଲରେ ଅଛନ୍ତି। ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏହାପରେ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା।