ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇର ନୋଟିସ

ନୂଆଦିଲ୍ଲୀ,୧୪/୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିବା ପରେ ଏବେ ଜେରା ପାଇଁ ସିବିଆଇ ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ନୋଟିସ କରାଯାଇଛି । ଏହି ନୋଟିସରେ କେଜ୍ରିୱାଲଙ୍କୁ ଏପ୍ରିଲ ୧୬ ତାରିଖରେ ସିବିଆଇ କର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ  ଗିରଫ ହୋଇ ନ୍ୟାୟୀକ ହେପାଜତରେ ଥିବା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ବୁଧବାର ଦିନ ଶୁଣାଣି ହୋଇଥିଲା । ଏଥିରେ ଇଡି ତରଫରୁ ଦଲିଲ୍ ସମ୍ପୂର୍ଣ୍ଣ କରାଯାଇଥିଲା । ଇଡି କହିଛି କି ଅବକାରୀ ନୀତି ପ୍ରସ୍ତୁତ କରିବା ଓ ଏହାକୁ ଲାଗୁ କରିବା ପଛରେ ସିସୋଦିଆଙ୍କର ଭୂମିକା ରହିଛି ।