ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ, ୮/୮: ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ମିଳିଛି। ଆତଙ୍କବାଦୀ ସଂଗଠନ ଅଲକାଏଦା ଧମକ ଦେଇଥିବା ସୂଚନା ମିଳିଛି। ଇ-ମେଲ୍ ଯୋଗେ ଧମକ ଦେଇ ୩ ଦିନ ଭିତରେ ବିମାନବନ୍ଦରକୁ ଉଡ଼ାଇଦେବ ବୋଲି କହିଛି ଏହି ସଂଗଠନ। ତେଣୁ ମେଲ୍ ମିଳିବା ପରେ ବିମାନ ବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।