ପୁଣି ଏଲନ ମସ୍କଙ୍କ କରିଲେ ଏମିତି ଟୁଇଟ, କହିଲେ ଡିଲିଟ ହେବ ବହୁ ଆକାଉଣ୍ଟ

ନୂଆଦିଲ୍ଲୀ,୯/୧୨: ଏଲନମସ୍କଙ୍କୁ ଟୁଇଟର ମାଲିକାନା ଯିବା ପରେ ନୂଆ ନୂଆ ଖବର ସାମ୍ନାକୁ ଆସିଛି। ପ୍ରଥମେ ମସ୍କଙ୍କ ତରଫରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲେ । ଏହାକୁ ନେଇ ସାରା ବିଶ୍ୱରେ ଆଲୋଚନା ଜୋର ଧରିଥିଲା ।

ଏହି ଆଲୋଚନା ଜାରି ରହିଥିବା ବେଳେ ତାଙ୍କର ପୁଣି ଏକ ଟ୍ୱିଟ ଆକାଉଣ୍ଟଧାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମସ୍କ ଏକ ଟ୍ୱିଟ କରି କହିଛନ୍ତି କି କମ୍ପାନୀ ତରଫରୁ ଖୁବଶୀଘ୍ର ୧୫୦ କୋଟି ଆକାଉଣ୍ଟ ଡିଲିଟ କରାଯିବ । କମ୍ପାନୀ ତରଫରୁ କୁହାଯାଇଛି କି ସେହି ଆକାଉଣ୍ଟଗୁଡିକୁ ଡିଲିଟ କରାଯିବ ଯେଉଁ ଆକାଉଣ୍ଟରେ କୌଣସି ପ୍ରକାର ଟ୍ୱିଟ ହୋଇନାହିଁ ବା ବର୍ଷ ବର୍ଷଧରି ଲଗଇନ୍ ହୋଇନାହିଁ ।