ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ଭାରତୀୟ ମହିଳା ହକି ତାରକା ଦୀପଗ୍ରେସ ଏକ୍କା

ନୂଆଦିଲ୍ଲୀ,୨୮/୦୧: ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି ଭାରତୀୟ ମହିଳା ହକି ତାରକା ଦୀପଗ୍ରେସ ଏକ୍କା । ଅବସର ନେଇଥିବା ଖବର ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।ସେ କହିଛନ୍ତି, ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ଯାତ୍ରା ତାଙ୍କ ଜୀବନର ସବୁଠାରୁ ଆକର୍ଷଣୀୟ ମୁହୂର୍ତ । ଆଉ ଦେଶର ପ୍ରତିନିଧିତ୍ୱ କରିବା ସବୁଠାରୁ ସମ୍ମାନର କଥା ବୋଲି କହିଛନ୍ତି । ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ରହୁଥିବା ଦୀପ୍ ୨୦୧୩ରେ ଜର୍ମାନୀରେ ଆୟୋଜିତ ମହିଳା ଜୁନିୟର ହକି ବିଶ୍ୱକପ୍ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଆଉ ଏହି ବିଶ୍ୱକପ୍ରେ ଭାରତ ବ୍ରୋଂଜ ପଦକ ଜିତିଥିଲା । ଏହାବ୍ୟତୀତ ଦୀପ୍ ଗ୍ରେସ ଏକ୍କା ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ ମହିଳା ଦଳର ସଦସ୍ୟ ରହିଥିଲେ । ସେହିପରି ତାଙ୍କ ପ୍ରତିନିଧିତ୍ୱରେ ଭାରତ ୨୦୧୬ ଏସୀୟ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୭ରେ ଏସୀୟ କପରେ ଟାଇଟଲ୍ ଜିତିଥିଲା ।