ବାତ୍ୟା ୟାସ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି

ଭୁବନେଶ୍ୱର, ୨୫/୫: ବହୁ ତୀବ୍ର ଗତିରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ୟାସ। ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷ ରୁ ବଡ ନିଷ୍ପତ୍ତି ନିଆଯାଇଛି। ଆଜି ରାତି ୧୨ଟାରୁ ଆସନ୍ତାକାଲି ଦିନ ୧୨ଟା ଯାଏଁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରଖାଯିବ । ଚଣ୍ଡୀଖୋଲଠାରୁ ବାଲେଶ୍ୱର ଅଭିମୁଖେ କୌଣସି ଗାଡିକୁ ଛଡାଯିବ ନାହିଁ । କେବଳ ଜରୁରୀକାଳୀନ ଗାଡିକୁ  ଅନୁମତି ଦିଆଯିବା ନେଇ ସୂଚନା ରହିଛି।