ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ପୁରୀ, ୩୧/୫: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ହେବ। ଜୁନ ୨୪ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ।  ଦେବସ୍ନାନ ପୂର୍ଣ୍ଣିମା ନୀତି ଆୟୋଜନ ନେଇ ପ୍ରଶାସନ ପକ୍ଷରୁ  ପ୍ରସ୍ତୁତି ଆରମ୍ଭ ହୋଇଛି। କିନ୍ତୁ ରାଜ୍ୟରେ ଏବେ ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ କୋଭିଡ୍ କଟକଣାରେ କିପରି ହେବ ସେନେଇ ଏକ ଭର୍ଚ୍ୟୁଆଲ୍ ବୈଠକରେ ଆଲୋଚନା ଜାରି ରହିଛି। ଷ୍ଟେକ ହୋଲ୍ଡରଙ୍କ ଠାରୁ ଫିଡବ୍ୟାକ ନିଆଯାଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ସୂଚନା ଯୋଗୁ କରୋନା ଯୋଗୁ ପୂର୍ବବର୍ଷ  ବିନାଭକ୍ତରେ ହୋଇଥିଲା ଦେବସ୍ନାନ ପୂର୍ଣ୍ଣିମା ।