ନୂଆଦିଲ୍ଲୀ,୧୮/୦୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସମନ । ୨୦୨୪ ନିର୍ବାଚନ ଫଳାଫଳକୁ ନେଇ ଏକ ମାମଲାରେ ବମ୍ବେ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ସମନ ଜାରି କରିଛନ୍ତି । କଂଗ୍ରେସ ନେତା ବିନୋଦରାଓଙ୍କ ଦ୍ବାରା ଦାଖଲ ନିର୍ବାଚନୀ ଜାଲିଆତି ମାମଲାରେ କୋର୍ଟ ଜାରି କରିଛନ୍ତି ସମନ । ନିର୍ବାଚନରେ କଂଗ୍ରେସ ନେତା ଫଡନାଭିସଙ୍କଠାରୁ ମାତ୍ର ୩୯ ହଜାର ଭୋଟରେ ପରାଜିତ ହୋଇଥିଲେ । ତେବେ ଭୋଟିଂ ବେଳେ ଟାମ୍ପରିଂ ଓ ଅନୈତିକ ଉପାୟରେ ନିର୍ବାଚନ ଜିତିଥିବା ଅଭିଯୋଗ ଆଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିନୋଦରାଓ । ଯାହା ଉପରେ କୋର୍ଟ ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସମନ ଜାରି କରିଛନ୍ତି । ଆସନ୍ତା ମେ ୮ରେ ଏହି ମାମଲାରେ ଶୁଣାଣି କରାଯିବ ।