ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ଚୂଡ଼ାନ୍ତ

ପୁରୀ, ୨୦/୬: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ନୀତି ହେବ। ଏହାରିମଧ୍ୟରେ ଛତିଶା ନିଯୋଗ ବୈଠକରେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ଚୂଡ଼ାନ୍ତ କରାଯାଇଛି । ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ସ୍ନାନପୂର୍ଣ୍ଣିମା ନୀତି ହେବ। ୨୦୨୦ ନୀତିକାନ୍ତିର ପୁନରାବୃତ୍ତି କରାଯିବ। ରାତି ୧ଟାରେ ପହଣ୍ତି ଆରମ୍ଭ ହୋଇ ସକାଳ ୯ଟାରେ ଜଳଲାଗି ହେବ। ସେହିପରି ଦିନ ୧୧ଟାରେ ଗଜାନନ ବେଶ ହୋଇ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ତି କରାଯିବ।