ସ୍ତ୍ରୀକୁ କଟୁରୀରେ ହାଣି ଆତ୍ମହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର,୩୦/୫: ପାରିବାରିକ କଳହ ପରେ ସ୍ୱାମୀ ନେଲା ଚରମ ନିଷ୍ପତ୍ତି । ସ୍ତ୍ରୀକୁ କଟୁରୀରେ ହାଣି ଆତ୍ମହତ୍ୟା କଲା ସ୍ୱାମୀ । ଭଦ୍ରକ ଜିଲ୍ଲାର ଧାମନଗର ଥାନା ମୁଲଣା ସାହି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ରାତିରେ ପାରିବାରିକ କଳହ ଯୋଗୁଁ  ନିଜ ସ୍ତ୍ରୀକୁ ଶୋଇବା ଅବସ୍ଥାରେ ହାଣି ହତ୍ୟା କରିବା ପରେ ନିଜେ ଗାଁ ପାଖ ବିଲରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛି । ଗ୍ରାମବାସୀମାନେ ଘଟଣା ନେଇ ଜାଣି ଧାମନଗର ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।