ବିଲ ଭିତରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ

ଭୁବନେଶ୍ୱର, ୨୩/୨: ବିନିକାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ବିଲ ଭିତରୁ ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି। ବିନିକା ଥାନା ତୁଲୁଣ୍ଡୁପାଲି ଗ୍ରାମ ନିକଟ ବିଲରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ କିଛି ଦୂରରେ ସେହି ଯୁବତୀଙ୍କ ଡ୍ରେସ, ଚପଲ, ବ୍ୟାଗ ବିକ୍ଷିପ୍ତ ଅବସ୍ଥାରେ ପଡ଼ି ରହିଛି।  କେହି ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି।