ଦଶପଲ୍ଲା ରେଳଷ୍ଟେସନର ଲୋକାର୍ପଣ କଲେ ରେଳମନ୍ତ୍ରୀ

ଭୁବନେଶ୍ୱର,୬/୦୧: ଦଶପଲ୍ଲା ରେଳଷ୍ଟେସନର ଲୋକାର୍ପଣ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିସହ ଟ୍ରେନ ଚଳାଚଳର ଶୁଭାରମ୍ଭ ବି ହୋଇଛି । ଦଶପଲ୍ଲାକୁ ଏଣିକି ଦୈନିକ ୪ଟି ଟ୍ରେନ ଚାଲିବ । ଏଥିମଧ୍ୟରୁ ୨ଟି ପାସେଞ୍ଜର ଟ୍ରେନ ଥିବାବେଳେ ଗୋଟିଏ ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନ ରହିଛି । କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦଶପଲ୍ଲାରେ ଖୁବ ଶୀଘ୍ର ସଂରକ୍ଷଣ କାଉଣ୍ଟର ବି ଖୋଲିବ ।ପୂର୍ବରୁ ଖୋର୍ଦ୍ଧା-ନୂଆଗାଁ ମଧ୍ୟରେ ୯୨ କିଲୋମିଟର ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଏବେ ଦଶପଲ୍ଲା ଯାଏଁ ଆଉ ୧୫ କିଲୋମିଟର ମଧ୍ୟରେ ଟ୍ରେନ ଚଳାଚଳ ହୋଇଛି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବଲାଙ୍ଗୀରକୁ ଖୁବଶୀଘ୍ର ଟ୍ରେନ ଚାଲିବ । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନର ନିର୍ମାଣ କାମ ୨୦୦୧ରେ ଆରମ୍ଭ ହୋଇଛି। ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ବୌଦ୍ଧ ଜିଲ୍ଲା ପୁରୁଣା କଟକ ଯାଏଁ ଟ୍ରେନ ଗଡିବାକୁ ଲକ୍ଷ୍ୟ ରଖାଯାଇଛି ।