୪ ବନ୍ଦର ପାଇଁ ବିପଦ ସଙ୍କେତ ଜାରି

ଭୁବନେଶ୍ୱର, ୨୫/୫: ଅତି ଭୟଙ୍କର ଭାବେ ଉପକୂଳକୁ ମାଫି ଆସୁଛି ବାତ୍ୟା ୟସ। ଏହା ପାରାଦୀପ ଠାରୁ ୩୨୦ କିମି ଓ ବାଲେଶ୍ୱର ଠାରୁ ୪୩୦ କିମି ଦୂରରେ ଅଛି  । ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବରେ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ବେଳେ ୧୫୫ରୁ ୧୬୫ କିମି ବେଗରେ ବହିବ ପବନ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ୪ ବନ୍ଦର ପାଇଁ ବିପଦ ସଙ୍କେତ ଜାରି ହୋଇଛି । ଧାମରା ଓ ପାରାଦୀପ ବନ୍ଦର ପାଇଁ ୧୦ ନଂ ବିପଦ ସଙ୍କେତ । ସେହିପରି ପୁରୀରେ ୮ ଓ ଗୋପାଳପୁରରେ ୩ନଂ ବିପଦ ସଙ୍କେତ ଜାରି ହୋଇଛି।