ବାତ୍ୟା ଦାନା ପ୍ରଭାବ, ଦିନକ ପରେ କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକକୁ ଯିବ ଟଙ୍କା

ଭୁବନେଶ୍ୱର,୫/୧୧: ବାତ୍ୟା ଦାନା ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଛି ଆଉ ଯାହାର ଆକଳନ ସରିଛି । ତେଣୁ ଦିନକ ପରେ କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟକକୁ ଯିବ ଟଙ୍କା । ପ୍ରାଥମିକ ସ୍ତରରେ ୧୪ ଜିଲ୍ଲାରେ ପ୍ରାୟ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ ହୋଇଥିବା କହିଛନ୍ତି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହି କ୍ରମରେ ଚାଷୀଙ୍କୁ ପ୍ରଥମେ କ୍ଷତିପୂରଣ ଦେବେ ରାଜ୍ୟ ସରକାର । ଦିନେ କି ଦୁଇ ଦିନ ମଧ୍ୟରେ ସମସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । କେନ୍ଦ୍ରୀୟ ସହାୟତାକୁ ଅପେକ୍ଷା ନ କରି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରଥମେ ଚାଷୀଙ୍କୁ କ୍ଷୟକ୍ଷତି ବାବଦ ଟଙ୍କା ଦେବେ ବୋଲି ସୂଚନା ରହିଛି ।