ସ୍ଥଳଭାଗ ଛୁଇଁଲା ଭୀଷଣ ବାତ୍ୟା ‘ଦାନା’

ଭୁବନେଶ୍ୱର,୨୫/୧୦: ସ୍ଥଳଭାଗ ଛୁଇଁଲା ଭୀଷଣ ବାତ୍ୟା ‘ଦାନା’। ରାତି ୧୨ଟା ୦୫ରେ କଲା ଲ୍ୟାଣ୍ଡଫଲ୍। ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ଥିଲା ଲ୍ୟାଣ୍ଡଫଲ୍‌ର କେନ୍ଦ୍ରସ୍ଥଳ। ଆଉ ଏହି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଏବେ ନି ଚାଲିଛି। ବାତ୍ୟା ପ୍ରଭାବରେ ଭିତରକନିକା ଅଞ୍ଚଳରେ ପ୍ରବଳ ପବନ ହେଉଛି। ଘଣ୍ଟାପ୍ରତି ଏଠାରେ ୧୦୦ରୁ ୧୨୦ କିମି ବେଗରେ ପବନ ବହୁଛି। ଏହା ଫଳରେ ସେଠାରେ ପ୍ରବଳ ପବନ ସହ ଗଛ ପତ୍ର ଭାଙ୍ଗି ଯାଇଛି। ଏପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *