ଅତି ଭୟଙ୍କର ଭାବେ ମାଡି ଆସୁଛି ବାତ୍ୟା ୟାସ୍

ଭୁବନେଶ୍ୱର, ୨୪/୫: ଅତି ଭୟଙ୍କର ଭାବେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ୟାସ୍ । ଗତ ୬ ଘଣ୍ଟା ହେବ ୪ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ୟାସ୍ । ୨୬ ତାରିଖ ସନ୍ଧ୍ୟାରେ ପାରାଦ୍ୱୀପରୁ ସାଗର ଦ୍ୱୀପ ମଧ୍ୟରେ ୟାସ୍ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏବେ ପାରାଦ୍ୱୀପ ଠାରୁ ୫୨୦ କିଲୋମିଟର ଦୂର ଏବଂ ବାଲେଶ୍ୱର ଠାରୁ ୬୨୦ କିଲୋମିଟର ଦୂରରେ ରହିଛି ।