ପାରାଦୀପ-ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ‘ୟଶ’

ଭୁବନେଶ୍ୱର, ୨୩/୫: ପାରାଦୀପ-ସାଗର ଦ୍ବୀପ ମଧ୍ୟରେ ‘ୟଶ’ ଲ୍ୟାଣ୍ଡଫଲ୍‌ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ୧୫୫ରୁ ୧୬୫ କି.ମି. ରହିପାରେ ବୋଲି ସୂଚନା ମିିଳିଛି। ‘ୟଶ’ରେ ୪ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇପାରେ । ସେହି ଜିଲ୍ଲା ଗୁଡିକ ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା । ୨୬ ତାରିଖ ମଧ୍ୟ ରାତ୍ରି ଯାଏ ବାତ୍ୟାର ପ୍ରକୋପ ରହିବାର ଆଶଙ୍କା ରହିଛି।