ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା, ଓଡ଼ିଶାରେ ପଡି଼ବକି ଏହାର ପ୍ରଭାବ !

ଭୁବନେଶ୍ୱର,୨୯/୧୦: ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା ! ବାତ୍ୟା ‘ଦାନା’ ଦୁଃଖ ନସରୁଣୁ ଏଭଳି ଏକ ଖବର ସମସ୍ତଙ୍କୁ ଭୟଭିତ କରିଛି । ନଭେମ୍ବରରେ ଆଉ ଏକ ବାତ୍ୟା ଆସିବା ନେଇ IMD କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଖଡ଼ିରତ୍ନ ପଞ୍ଜିକାରେ ଏହାକୁ ନେଇ ସୂଚନା ରହିଛି । ପଞ୍ଜିକାରେ ଲେଖାଯାଇଛି ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର, ନିଆଳି ପ୍ରଭୃତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ଼ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ।

ଅକ୍ଟୋବର ୧୭ରୁ ୨୩ ମଧ୍ୟେ ଅକ୍ଟୋବର ୨୬ରୁ ୩୦ ମଧ୍ୟେ ଏବଂ ନଭେମ୍ବର ୫ରୁ ୯ ମଧ୍ୟେ ଏବଂ ନଭେମ୍ବର ୧୧ରୁ ୧୫ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ ସାମୁଦ୍ରିକ ଝଡ଼ ଲଘୁଚାପ ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନ ଜୀବନ ପ୍ରଭାବିତ ହେବ । ପଞ୍ଜିକାର ଏହି ତଥ୍ୟକୁ ନେଇ ଲୋକେ ଆତଙ୍କିତ ଥିବାବେଳେ ଜ୍ୟୋତିର୍ବିଦ ମଧ୍ୟ ତାଙ୍କ ମତ ରଖିଛନ୍ତି । ଖଡ଼ିରତ୍ନ ପଞ୍ଜିକାରେ ଦିଆ ଯାଇଥିବା ଅକ୍ଟୋବରର ଏହି ସୂଚନା ସତ ହୋଇସାରିଛି ।