ଦୁର୍ବଳ ହେଉଛି ବାତ୍ୟା

ଭୁବନେଶ୍ୱର, ୪/୧୨: ବାତ୍ୟା ‘ଜୱାଦ’ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବାତ୍ୟା ଦୁର୍ବଳ ହେବାରେ ଲାଗିଛି। ୧୨ ଘଣ୍ଟା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ବାତ୍ୟା। ଦିଗ ପରିବର୍ତ୍ତନ କରୁଥିବାରୁ ବାତ୍ୟାର ବେଗ ହ୍ରାସ ପାଉଛି। ଓଡ଼ିଶା ଉପୂକଳ ଆସିବା ବେଳକୁ ଆଉ ବାତ୍ୟା ହୋଇ ନଥିବ କିନ୍ତୁ ବର୍ଷା ଜାରି ରହିବ ବୋଲି ଆଇଏମଡି ଡିଜି କହିଛନ୍ତି।