୧୨ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ସିତ୍ରାଙ୍ଗ

ଭୁବନେଶ୍ୱର,୨୪/୧୦: ୧୨ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ସିତ୍ରାଙ୍ଗ । ୬ ଘଣ୍ଟା ମଧ୍ୟରେ ୧୨ କିମି ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଆସନ୍ତାକାଲି ସକାଳେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।
ଓଡ଼ିଶା ଉପକୂଳରୁ ଏହା ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କିମି ଦୂରରେ ଗତି କରିବ ବାତ୍ୟା ସିତ୍ରାଙ୍ଗ । ତେଣୁ ଓଡ଼ିଶା ଉପରେ ବାତ୍ୟାର ବଡ଼ ପ୍ରଭାବ ପଡିବ ନାହିଁ । ତେବେ ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି ।