ଓଡ଼ିଶା ଛୁଇଁବନି ବାତ୍ୟା!

ଭୁବନେଶ୍ବର,୨୦୧/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକମାନେ ଚିନ୍ତାରେ ଅଛନ୍ତି। ଏହାରିମଧ୍ୟରେ ଏପରି ପୂର୍ଵନୁମାନ କରିଛି ପାଣିପାଗ ବିଭାଗ। ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଛୁଇଁବ ନାହିଁ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ଗତି କରିବା ନେଇ ପୂର୍ବାନୁମାନ ହୋଇଛି। ବାତ୍ୟା ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ। ତେବେ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି ଜଣାଯାଇଛି।

ସକ୍ରିୟ ଥିବା ଲଘୁଚାପ ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଏକ ଅବପାତର ରୂପ ନେବ। ପରେ ଏହା ଘନୀଭୂତ ହୋଇ ୨୩ ତାରିଖ ବେଳକୁ ଗଭୀର ଅବପାତ ଓ ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ୨୪ ତାରିଖ ବେଳକୁ ଏକ ସାମୁଦ୍ରିକ ରୂପ ନେବ। କିନ୍ତୁ ବର୍ଷାର ରୂପରେଖ କ’ଣ ରହିବ, ସେ ନେଇ ବର୍ତ୍ତମାନ ସୁଦ୍ଧା ଆଇଏମଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।