ମାଡି ଆସୁଛି ଜୱାଦ, ଗୋପାଳପୁର ଠାରୁ ୪୨୦କିମି ଦୂରରେ ବାତ୍ୟା

ଭୁବନେଶ୍ୱର, ୩/୧୨: ଅତି ଭୟଙ୍କର ଭାବେ ମାଡି ଆସୁଛି ସାମୁଦ୍ରିକ ଝଡ଼ ବାତ୍ୟା ଜୱାଦ। ଗତ ୬ ଘଣ୍ଟା ଧରି ୨୦ କିମି ବେଗରେ ଗତି କରୁଛି ବାତ୍ୟା ଜୱାଦ। ଗୋପାଳପୁରରୁ ୪୨୦ ଓ ପୁରୀଠୁ ୪୮୦ କିମି ଦୂରରେ,  ପାରାଦୀପରୁ ୫୬୦ ଓ ବିଶାଖାପାଟଣାଠାରୁ ୩୦୦ କିମି ଦୂରରେ ରହିଛି ବାତ୍ୟା। ଅନ୍ୟପଟେ ବାତ୍ୟା ପ୍ରଭାବରେ ଗଜପତି, ଗଞ୍ଜାମ ଓ ପୁରୀରେ ବର୍ଷା ଆରମ୍ଭ ହୋଇଯାଇଥିବା ସୂଚନା ରହିଛି।